Latest Content

Saturday, July 27, 2019

Nirapekhya Ganatantra o bharata

ଭାରତୀୟ ଗଣତନ୍ତ୍ରରେ ଜନମତ କୁ ସବୁ ରାଜନୈତିକ ଦଳ ସମ୍ମାନ ଦେବାକୁ କୁହନ୍ତି କିନ୍ତୁ ପ୍ରଶ୍ନ ଉଠୁଛି ଯେ ଭାରତରେ ଗଣତନ୍ତ୍ରରେ କଣ ଜନମତ ନିରପେକ୍ଷ?
ଆମେ ନିରପେକ୍ଷ ଜନମତ କାହାକୁ କହିବା? ଯେଉଁଠି ୩୦ ପ୍ରତିଶତ ଲୋକ ନିରକ୍ଷର ଏବଂ ୪୦ ପ୍ରତିଶତ ଦ୍ରାରିଦ୍ରରେ ଜୀବନ ଯାପନ କରୁଛନ୍ତି ସେମାନେ କଣ ପ୍ରଭାବିତ ହୋଇ ପାରିବେନି ନା ତାଙ୍କୁ କୌଣସି ରାଜନୈତିକ ଦଳ ପଭାବିତ କରି ନିର୍ବାଚନ ବୈତରଣୀ ପରିହେଉନାହାନ୍ତି।
ଆମ ଦେଶରେ ନିରକ୍ଷରତା କିମ୍ବା ଦରିଦ୍ରତା ଏକା ସମସ୍ୟା ନୁହେଁ ଯେ କି ସାଧାରଣ ନିର୍ବାଚନ କୁ ପ୍ରଭାବିତ କରୁଛି ଏଠି ଜାତିବାଦ ମଧ୍ୟ ରାଜନୀତି କୁ ପ୍ରଭାବିତ କରୁଛି ସଂରକ୍ଷିତ ସିଟ ରେ ମଧ୍ୟ ପ୍ରାର୍ଥୀଙ୍କ ଜାତିକୁ ନେଇ ମତଦାନ ହେଉଥିବା ପରିଲକ୍ଷିତ ହେଉଛି।
ଧର୍ମ ଆଧାରରେ ଭୋଟ ବ୍ୟାଙ୍କ ରାଜନୀତି ବହୁ ପୁରାତନ।ଦେଶ ସ୍ଵାଧୀନ ହେବାପର ଠାରୁ ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଲୋକମାନଙ୍କୁନିଜର ଅକ୍ତିଆର ରେ ରଖିବା ପାଇଁ ତାଙ୍କ ମନରେ ଅନ୍ୟ ରାଜନୈତିକ ଦଳ ପ୍ରତି ଛଦ୍ମ ବିଦ୍ୱେଷ ସୃଷ୍ଟି କରାଯାଇଛି ଯାହା ଫଳରେ ସେମାନେ ବିରୋଧୀ ଦଳର ଭୋଟ ବ୍ୟାଙ୍କ ହୋଇ ରହିଯାଇଛନ୍ତି।

No comments:

Post a Comment